ପବିତ୍ର ରାମନବମୀରେ ଜାଣନ୍ତୁ କେଉଁ ରାଶିର ବ୍ୟକ୍ତି କେଉଁ ଭୋଗ ଲଗାଇବେ

ପବିତ୍ର ରାମନବମୀରେ ଜାଣନ୍ତୁ କେଉଁ ରାଶିର ବ୍ୟକ୍ତି କେଉଁ ଭୋଗ ଲଗାଇବେ

ଦ୍ୱାଦଶ ମାସ ଅତିବାହିତ ହେବାରୁ ଚୈତ୍ରମାସ, ନବମୀ ତିଥି ପୁନଃର୍ବସୁ ନକ୍ଷତ୍ରରେ, ରବି ମେଶ ରାଶିରେ, ମଙ୍ଗଳ ମକର ରାଶିରେ, ଶନି ତୁଳା ରାଶିରେ, ବୃହସ୍ପତି ଓ ଚନ୍ଦ୍ର କର୍କଟ ରାଶିରେ ଏବଂ ମୀନ ରାଶିରେ ଅବସ୍ଥାନ କରୁଥିବା ସମୟରେ କର୍କଟ ଲଗ୍ନରେ ପରମ ସୌଭାଗ୍ୟବତୀ କୌଶଲ୍ୟାଙ୍କ ଗର୍ଭରୁ ଦିବ୍ୟ ଲକ୍ଷଣଯୁକ୍ତ ସର୍ବଲୋକ ପ୍ରଣମ୍ୟ ଜଗତର ନାଥ ପ୍ରଭୁ ରାମ ପ୍ରକଟିତ ହେଲେ ।

ରାମ ଥିଲେ ଭଗବାନ ବିଷ୍ଣୁଙ୍କର ଅର୍ଦ୍ଧଂଶ ସମ୍ଭୁତ । ରାମଙ୍କର ନେତ୍ର ପ୍ରାନ୍ତ ଲୋହିତ, ଓଷ୍ଠପୁଟ ରକ୍ତବର୍ଣ୍ଣ, କଣ୍ଠସ୍ୱର ଦୁନ୍ଦୁଭି ଶବ୍ଦ ପରି ଗମ୍ଭୀର ଥିଲା । ସେ ଥିଲେ ଅମୀତ ତେଜସ୍ୱୀ ଓ ଇକ୍ଷ୍‌ବାକୁ ବଂଶର ଅଶେଷ ଆନନ୍ଦର କାରଣ । ଦେବରାଜ ଇନ୍ଦ୍ରଙ୍କୁ ଲାଭ କରି ଦେବମାତା ଅଦିତି ଯେପରି ଶୋଭିତା ହୋଇଥିଲେ ରାମଙ୍କୁ ଲାଭ କରି କୌଶଲ୍ୟା ଅନୁରୂପ ଭାବରେ ଶୋଭା ପାଇଥିଲେ ।

ଚୈତ୍ରମାସ ଶୁକ୍ଳ ପକ୍ଷ ନବମୀ ତିଥିରେ ମହାରାଣୀ କୌଶଲ୍ୟାଙ୍କ କୋଳରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ଜନ୍ମ ଗ୍ରହଣ କରିଥିଲେ । ସତ୍ୟ ଯୁଗରେ ରାଜା ଦଶରଥଙ୍କ ପୁତ୍ରେଷ୍ଟି ଯଜ୍ଞ ପରେ ଏହି ପର୍ବ ପାଳନ କରାଯାଉଛି । ଏହି କାରଣରୁ ରାମନବମୀ ଦିନ ଭଗବାନ ଶ୍ରୀରାମ ଏବଂ ରାମାୟଣ ପୂଜା କରିବା ସହ ଭୋଗ ମଧ୍ୟ ଲଗାଯାଇଥାଏ ।


ସନାତନ ସମ୍ପ୍ରଦାୟର ଲୋକମାନେ ରାମନବମୀ ପର୍ବ ପାଳନ କରିଥାନ୍ତି । ମାନ୍ୟତା ରହିଛି ଭକ୍ତିର ସହ ଭଗବାନଙ୍କୁ ପୂଜା କରିବା ଦ୍ୱାରା ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହ ରୋଗ ଦୂର ହୋଇଥାଏ । ଏହିକାରଣରୁ ରାମନବମୀ ଦିନ ଶ୍ରୀରାମଙ୍କ ମନ୍ଦିରରେ ଭଗବାନଙ୍କୁ ପୂଜା କରିବା ସହ ଭୋଗ ଲଗାଇ ପ୍ରସାଦ ବାଣ୍ଟନ୍ତୁ । ତେବେ ଆଜି ଆମେ ଆପଣଙ୍କୁ କହିବୁ ଭଗବାନଙ୍କ ନିକଟରେ କେଉଁ ରାଶିର ବ୍ୟକ୍ତି କେଉଁ ଭୋଗ ଲାଗାଇଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ ।


-ମେଷ ରାଶିର ବ୍ୟକ୍ତିମାନେ ଭଗବାନଙ୍କ ପାଖରେ ଲଡୁ ଏବଂ ଡାଳିମ୍ବ ଭୋଗ ଲଗାନ୍ତୁ ।
-ବୃଷ ରାଶିର ବ୍ୟକ୍ତିମାନେ ଭଗବାନଙ୍କ ପାଖରେ ରସଗୋଲା ଭୋଗ ଲଗାନ୍ତୁ ।
-ମିଥୁନ ରାଶିର ବ୍ୟକ୍ତିମାନେ ଭଗବାନଙ୍କ ପାଖରେ କାଜୁ ବର୍ଫି ଭୋଗ ଲଗାନ୍ତୁ ।
-କର୍କଟ ରାଶିର ବ୍ୟକ୍ତିମାନେ ଭଗବାନଙ୍କ ପାଖରେ ଗୁଡ଼,ବେଲ,ବର୍ଫି ଏବଂ ନଡ଼ିଆ ଭୋଗ କରନ୍ତୁ ।
-କନ୍ୟା ରାଶିର ବ୍ୟକ୍ତିମାନେ ତୁଳସୀ ପତ୍ର,ନାସପାତି ଏବଂ ସବୁଜ ରଙ୍ଗର ଫଳ ଭୋଗ କରନ୍ତୁ ।
-ତୁଳା ରାଶିର ବ୍ୟକ୍ତିମାନେ କଳାକନ୍ଦ, ସେଓ ଭୋଗ କରନ୍ତୁ ।
-ବିଛା ରାଶିର ବ୍ୟକ୍ତି ଗୁଡ,ରାବିଡି ଏବଂ ଗାଜର ହାଲୁଆ ଭୋଗ ଲଗାନ୍ତୁ ।
-ଧନୁ ରାଶିର ବ୍ୟକ୍ତିମାନେ ବେସନରେ ତିଆରି ହୋଇଥିବା ବର୍ଫି ଭୋଗ କରନ୍ତୁ ।
-ମକର ରାଶିର ବ୍ୟକ୍ତିମାନେ ଭଗବାନଙ୍କ ପାଖରେ ହଳଦିଆ ପେଡା, ଗୋଲାପଜାମୁ ଏବଂ କଳା ରଙ୍ଗର ଅଙ୍ଗୁର ଭୋଗ କରନ୍ତୁ ।
-କୁମ୍ଭ ରାଶିର ବ୍ୟକ୍ତିମାନେ ଚକଲେଟ ବର୍ଫି,,ଚିକୁ,ସେପେଟା ଏବଂ ଡାଳିମ୍ବ ଭୋଗ କରନ୍ତୁ ।
-ମୀନ ରାଶିର ଲୋକମାନେ ଶ୍ରୀରାମଙ୍କ ପାଖରେ ଜିଲାପି ଏବଂ କଦଳୀ ଭୋଗ ଲଗାନ୍ତୁ ।

Post a Comment

0 Comments